IPL 2023: ଧୋନିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଲେ ୧୬ କୋଟିର ଏହି ଖେଳାଳି, ପ୍ରତ୍ୟେକ ମ୍ୟାଚରେ ଅଧିନାୟକଙ୍କୁ ଦେଉଛନ୍ତି 'ଧୋକା'!
Advertisement
trendingNow11638508

IPL 2023: ଧୋନିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଲେ ୧୬ କୋଟିର ଏହି ଖେଳାଳି, ପ୍ରତ୍ୟେକ ମ୍ୟାଚରେ ଅଧିନାୟକଙ୍କୁ ଦେଉଛନ୍ତି 'ଧୋକା'!

IPL 2023: ଚେନ୍ନାଇ ଓ ଲକ୍ଷ୍ନୌ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚରେ ପୁଣି ଥରେ ଜଣେ ଚେନ୍ନାଇ ଦଳର ଖେଳାଳି ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଛନ୍ତି । ଚେନ୍ନାଇ ଫ୍ରାଞ୍ଚାଇଜ୍ ଏହି ଖେଳାଳିଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲା ।​ ଏହା ସତ୍ତ୍ୱେ ଏହି ଖେଳାଳି ଦଳ ପାଇଁ ଏପର୍ଯ୍ୟନ୍ତ ଖେଳାଯାଇଥିବା ଉଭୟ ମ୍ୟାଚରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି ।

IPL 2023: ଧୋନିଙ୍କ ପାଇଁ ବଡ଼ ଚିନ୍ତାର କାରଣ ପାଲଟିଲେ ୧୬ କୋଟିର ଏହି ଖେଳାଳି, ପ୍ରତ୍ୟେକ ମ୍ୟାଚରେ ଅଧିନାୟକଙ୍କୁ ଦେଉଛନ୍ତି 'ଧୋକା'!

CSK vs LSG: ଇଣ୍ଡିଆନ ପ୍ରିମିୟର ଲିଗ ବା ଆଇପିଏଲ୍ ୨୦୨୩ (IPL 2023) ର ଷଷ୍ଠ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଓ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ମଧ୍ୟରେ ଖେଳାଯାଇଛି (Chennai Super Kings vs Lucknow Super Giants Match) । ଏହି ମ୍ୟାଚ (CSK vs LSG) ରେ ପୁଣି ଥରେ ଜଣେ ଚେନ୍ନାଇ ଦଳ (CSK) ର ଖେଳାଳି ଟିମ୍ ମ୍ୟାନେଜମେଣ୍ଟକୁ ନିରାଶ କରିଛନ୍ତି । ଚେନ୍ନାଇ ଫ୍ରାଞ୍ଚାଇଜ୍ ଏହି ଖେଳାଳିଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିଥିଲା ।​ ଏହା ସତ୍ତ୍ୱେ ଏହି ଖେଳାଳି ଦଳ ପାଇଁ ଏପର୍ଯ୍ୟନ୍ତ ଖେଳାଯାଇଥିବା ଉଭୟ ମ୍ୟାଚରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି ।

ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ର ଅନ୍ୟତମ ଦାମୀ ଖେଳାଳି ଇଂଲଣ୍ଡ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ (Ben Stokes) ବର୍ତ୍ତମାନ ପର୍ଯ୍ୟନ୍ତ ଖେଳାଯାଇଥିବା ଉଭୟ ମ୍ୟାଚ୍‌ରେ ଫ୍ଲପ୍ ବୋଲି ପ୍ରମାଣିତ ହୋଇଛନ୍ତି । ଗୁଜୁରାଟ ବିପକ୍ଷ ପ୍ରଥମ ମ୍ୟାଚରେ ବେନ୍ ଷ୍ଟୋକ୍ସ (Ben Stokes) ଙ୍କ ବ୍ୟାଟରୁ ମାତ୍ର ୭ ରନ୍ ବାହାରିଥିଲା । ଏହା ପରେ ତାଙ୍କ (Ben Stokes) ବ୍ୟାଟ୍ ଲକ୍ଷ୍ନୌ ସାମ୍ନାରେ ମଧ୍ୟ ଶାନ୍ତ ରହିଥିଲା । ବେନ୍ ଷ୍ଟୋକ୍ସ ମାତ୍ର ୬ ରନ୍ ସ୍କୋର କରି ଅବେଶ ଖାନଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏଭଳି ପରିସ୍ଥିତିରେ ଚେନ୍ନାଇ ସୁପର କିଙ୍ଗ୍ସର ଅଧିନାୟକ (Chennai Super Kings Captain) ମହେନ୍ଦ୍ର ସିଂ ଧୋନି (MS Dhoni) ଙ୍କ ପାଇଁ ଏହି ଖେଳାଳି ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛନ୍ତି ।

ଆଇପିଏଲ୍ ୨୦୨୩ (IPL 2023) ର ମେଗା ନିଲାମରେ ଚେନ୍ନାଇ ଫ୍ରାଞ୍ଚାଇଜ୍ ବେନ୍ ଷ୍ଟୋକ୍ସ (Ben Stokes) ଙ୍କ ଉପରେ ପାଣି ପରି ଟଙ୍କା ଖର୍ଚ୍ଚ କରିଥିଲା ।​ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) ବେନ୍ ଷ୍ଟୋକ୍ସ  (Ben Stokes) ଙ୍କୁ ୧୬.୨୫ କୋଟି ଟଙ୍କା ଦେଇ ନିଜ ଦଳରେ ଅନ୍ତର୍ଭୁକ୍ତ କରିଥିଲା । କିନ୍ତୁ ପ୍ରଥମ ଦୁଇଟି ମ୍ୟାଚ୍‌ରେ ବେନ୍ ଷ୍ଟୋକ୍ସ  (Ben Stokes) ଙ୍କର ପ୍ରଦର୍ଶନ ଅତ୍ୟନ୍ତ ଖରାପ ରହିଛି । ବ୍ୟାଟରୁ ରନ୍ ସ୍କୋର କରିବା ଦୂରର କଥା ବେନ ଷ୍ଟୋକ୍ସ ବୋଲିଂରେ ମଧ୍ୟ ଅନେକ ରନ୍ ଖର୍ଚ୍ଚ କରୁଛନ୍ତି । ଲକ୍ଷ୍ନୌ ବିପକ୍ଷରେ ବେନ ଷ୍ଟୋକ୍ସ (Ben Stokes) ପ୍ରଥମ ଓଭରରେ ୧୮ ରନ୍ ଦେଇଥିଲେ ।

fallback

ବେନ୍ ଷ୍ଟୋକ୍ସ  (Ben Stokes) ଏପର୍ଯ୍ୟନ୍ତ ଆଇପିଏଲ (IPL 2023) ରେ ୪୫ଟି ମ୍ୟାଚ୍ ଖେଳିଛନ୍ତି । ଏତେ ସଂଖ୍ୟକ ମ୍ୟାଚ୍ ଖେଳି ବେନ ଷ୍ଟୋକ୍ସ ୯୩୫ ରନ୍ ସଂଗ୍ରହ କରିଛନ୍ତି । ବୋଲିଂରେ ସେ ସମାନ ସଂଖ୍ୟକ ମ୍ୟାଚ୍‌ରେ ୨୮ ୱିକେଟ୍ ନେଇଛନ୍ତି । ଏଠାରେ କହି ରଖୁଛୁ ଯେ, ସେ ଆଇପିଏଲରେ ମଧ୍ୟ ୨ଟି ଶତକ କରିଛନ୍ତି | ଏହା ବ୍ୟତୀତ ୨ଟି ଅର୍ଦ୍ଧ ଶତକ ମଧ୍ୟ ତାଙ୍କ ନାମରେ ଅଛି । ବେନ୍ ଷ୍ଟୋକ୍ସ  (Ben Stokes) ଙ୍କ ସର୍ବାଧିକ ସ୍କୋର ୧୦୭ ରନ୍ ରହିଛି ।

ଅଧିକ ପଢ଼ନ୍ତୁ-୧୫ ଦିନ ପରେ ସୂର୍ଯ୍ୟ ପରାଗ; ଏହି ୫ଟି ରାଶି ରୁହନ୍ତୁ ସତର୍କ, ରହିଛି କ୍ଷତିର ଯୋଗ

ଅଧିକ ପଢ଼ନ୍ତୁ-ଲକ୍ଷ୍ନୌର ପରାଜୟର ସବୁଠାରୁ ବଡ଼ ଅପରାଧୀ ଏହି ଖେଳାଳି, ଅଧିନାୟକ କେଏଲ ରାହୁଲ କେବେବି କରିବେନି କ୍ଷମା!

ଅଧିକ ପଢ଼ନ୍ତୁ-ଦିଲ୍ଲୀ କ୍ୟାପିଟାଲ୍ସ କଲେ ବଡ଼ ଘୋଷଣା, IPL 2023 ମଧ୍ୟରେ ଋଷଭ ପନ୍ତଙ୍କ ହେଲା ଦଳରେ ଏଣ୍ଟ୍ରି!

ସୂଚନାଯୋଗ୍ୟ, ଦୁଇ ଦଳ ମଧ୍ୟରେ ଖେଳାଯାଇଥିବା ଏହି ମ୍ୟାଚ (Chennai Super Kings vs Lucknow Super Giants) ରେ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ପ୍ରଥମେ ବ୍ୟାଟିଂ କରି ଚେନ୍ନାଇ ସୁପର କିଙ୍ଗ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସ୍ ବିପକ୍ଷରେ ନିର୍ଦ୍ଧାରିତ 20 ଓଭରରେ ୭ ୱିକେଟ ହରାଇ ୨୧୭ ରନ କରିଥିଲା । ଚେନ୍ନାଇ ତରଫରୁ ଋତୁରାଜ ଗାଇକୱାଡ (୫୭ ରନ୍) ଓ ଡିଭନ୍ କନୱେ (୪୭ ରନ୍) ଙ୍କ ମଧ୍ୟରେ ଶତକୀୟ ପାର୍ଟନରଶିପ୍ ହୋଇଥିଲା । ଏହି ଟାର୍ଗେଟକୁ ପିଛା କରି ଲକ୍ଷ୍ନୌ ସୁପର ଜିଆଣ୍ଟସର ପୂରା ଦଳ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୨୦୫ ରନ୍ ସ୍କୋର କରିପାରଥିଲା ।

Trending news